ଯାଦବ ମହାସଭାର ନନ୍ଦ ଉତ୍ସବ ପାଳିତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ସହରର ଯାଦବ ମହାସଭା ସମିତି ଆନୁକୂଲ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ କଳାକାହ୍ନୁ ମନ୍ଦିରରେ ରୀତିନୀତି ଅନୁସାରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇ ସେଠାରୁ କୃଷ୍ଣଙ୍କ ମୂର୍ତ୍ତିକୁ ଏକ ବିମାନରେ ରଖି ଶୋଭାଯାତ୍ରାରେ ବାହାରି ମା’ ପାଟଣେଶ୍ୱରୀ, ସମଲେଶ୍ୱରୀ ଓ ମା’ ଦଶମତୀ ମନ୍ଦିରକୁ ଯାଇ ପୂଜା କରିଥିଲେ । ଯାଦବ ଭାଇ ପାରମ୍ପରିକ ରୀତିରେ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ । ସଭାପତି ରଣଜିତ ଛତରଙ୍କ ନେତୃତ୍ୱରେ ହୋଇଥିବା ଏହି ଶୋଭାଯାତ୍ରାରେ ଭଜଦୀପ, ସନ୍ୟାସୀ ବାଗ, ସତ୍ୟ ବାଗ, ବଲାଙ୍ଗିରର ମନୋଜ ହାତୀ ଓ ଟିଟିଲାଗଡ଼ର ବିରାଜ ବାଗ ପ୍ରମୁଖ ଯୋଗ ଦେଇଥିଲେ । ଶୋଭାଯାତ୍ରାରେ ପାଟଣାଗଡ଼ ଉପଖଣ୍ଡର ଉପସଭାପତି ସଂକୀର୍ତ୍ତନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।