ସରକାର ନୁହେଁ ଦେଶ ଗଢ଼ିବା ପାଇଁ ଆମେ ପରିଶ୍ରମ କରୁଛୁ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜଳ ଜୀବନ ମିଶନ’ ଅନ୍ତର୍ଗତ ପ୍ରତ୍ୟେକ ଘରେ ନଳରୁ ଜଳ ପହଞ୍ଚାଇବାକୁ ବଡ଼ ସ୍ତରରେ ସଫଳ ସାବ୍ୟସ୍ତ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ତାଙ୍କ ସରକାର ଦେଶ ଗଢ଼ିବା ପ୍ରୟାସରେ ବର୍ତ୍ତମାନ ଓ ଭବିଷ୍ୟତର ଚ୍ୟାଲେଞ୍ଜକୁ ଲଗାତାର ସମାଧାନ କରୁଛନ୍ତି । ଜଳ ଜୀବନ ମିଶନ ଅନ୍ତର୍ଗତ ପ୍ରତ୍ୟେକ ଘରେ ନଳରୁ ଜଳ ପହଞ୍ଚିବାରେ ଗୋଆ ଦେଶର ପ୍ରଥମ ରାଜ୍ୟ ହୋଇଛି ।

ଏହି ଅବସରରେ ଆୟୋଜିତ ‘ହର ଘର ଜଳ ଉତ୍ସବ’ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସରକାର ଗଢ଼ିବା ପାଇଁ ସେତିକି ପରିଶ୍ରମ କରିବାକୁ ପଡ଼େନି ଯେତିକି ଦେଶ ଗଢ଼ିବା ପାଇଁ କରିବାକୁ ପଡି଼ଥାଏ । ସେଥିପାଇଁ ଦେଶର ବର୍ତ୍ତମାନ ଓ ଭବିଷ୍ୟତ ସମସ୍ୟାକୁ ସମଧାନ କରିବା ଲାଗି ଆମେ ଲଗାତାର ପ୍ରୟାସ ଜାରି ରଖିଛୁ ।