ନାଲକୋର ୪୧ ତମ ପ୍ରତିଷ୍ଠା ଦିବସ ପାଳନ

କୋରାପୁଟ,ଦମନଯୋଡି,ଏନ୍ଏନ୍ଏସ୍: ନବରତ୍ନ କମ୍ପାନୀ ନାଲକୋର ୪୧ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଛି। ସେକ୍ଟର-୧ ମଞ୍ଚରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଇଂ. ରବି ଶଙ୍କର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିସହିତ ନାଲକୋ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠା ହେବା ଦ୍ୱାରା ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ହେବା ସହ ଦାମନଯୋଡି ଏବଂ ଏହାର ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଲୋକଙ୍କ ଆର୍ଥିକ, ସାମାଜିକ ସ୍ଥିତିକୁ ବଦଳାଇ ପାରିଛି ବୋଲି ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ସିଏମଡି ଶ୍ରୀଧର ପାତ୍ରଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯାଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ପରଲୋକଗତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରଯାଇଥିଲା। ପାରିପାର୍ଶ୍ୱିକ ଗ୍ରାମାଞ୍ଚଳର ୧୦ ଜଣ ମେଧାବୀ ଛାତ୍ରୀଙ୍କୁ ନାଲକୋ କି ଲାଡଲି ବା ନାଲକୋର ଅଲିଅଳି ଝିଅ ଯୋଜନାରେ ପାଠ ପଢିବା ପାଇଁ ଆର୍ଥିକ ସହାୟତା ଦିଆଯିବା ସହ ସମ୍ମାନିତ କରାଯାଇଥିଲା।

ଜେନେରାଲ ମ୍ୟାନେଜର ସୁଶୀଲ କୁମାର ପାଢ଼ୀ, ଭୀମସେନ ପ୍ରଧାନ, ପ୍ରମୋଦ କୁମାର ପାତ୍ର, ବିକାଶ କୁମାର ପଣ୍ଡା, ବ୍ରଜ କିଶୋର ଦାଶ, ନେତ୍ରାନନ୍ଦ ମହାରଣା, ମହମ୍ମଦ ଫରୀଦ୍, ରସିଦ୍ ୱାରିସ୍, ତୃପ୍ତୀ ରାୟ, ଅମରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଉତ୍ତମ ସେବା ପ୍ରଦାନ ପାଇଁ ନାଲକୋ କର୍ମଚାରୀମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଜେନେରାଲ ମ୍ୟାନେଜର ଅମରେନ୍ଦ୍ର କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ନିର୍ମଳ କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ।