ଅବକାରୀ ବିଭାଗ ଦ୍ୱାରା ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କୋରାପୁଟ,ଏନ୍ଏନ୍ଏସ୍: ଅବକାରୀ ବିଭାଗ ଚଢ଼ଉ କରି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ମାଓ ଉପଦ୍ରୁତ ଲମତାପୁଟ ବ୍ଲକ୍ ଅଞ୍ଚଳର ସରକାରୀ ଜମିରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଥିବା ସୂଚନା ମିଳିଥିଲା।

ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ଏସପି ବରୁଣ ଗୁଣ୍ଟୁପାଲ୍ଲିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର, ଅବକାରୀ ଉପ-ଅଧୀକ୍ଷକ ଶାନ୍ତି ମାରାଣ୍ଡି, ନିରୀକ୍ଷକ ତେଜରାଜ ଯାନୀଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ କରାଯାଇ ୧୦୧ ଏକର ଜମିରେ ଲାଗିଥିବା ୧ ଲକ୍ଷ ୨୧ ହଜାର ୨୦୦ ଗଞ୍ଜେଇ ଗଛ କାଟି ପୋଡି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୨ କୋଟି ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।