ଜିଲ୍ଲା ନୋଡାଲ୍ ଅଧିକାରୀଙ୍କ ବୈପାରିଗୁଡ଼ା ହାଇସ୍କୁଲ ପରିଦର୍ଶନ

କୋରାପୁଟ,ଏନ୍ଏନ୍ଏସ୍: ଓପେପା ଯୁଗ୍ମ ନିର୍ଦ୍ଦେଶକ ତଥା କୋରାପୁଟ ଜିଲ୍ଲା ନୋଡାଲ୍ ଅଧିକାରୀ ପ୍ରକାଶ କୁମାର ଯୋଶୀ ବୈପାରିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଆଜିଠାରୁ ରାଜ୍ୟରେ ଦଶମ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଛି। ଏନେଇ ସ୍କୁଲ ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ସଏଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ କରାଯାଇଛି। ଏଥିରେ ପିଲାଙ୍କ ନିରାପତ୍ତା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

କରୋନା ଗାଇଡଲାଇନ ପାଳନ କରି ଯେପରି ଶିକ୍ଷା ଦାନ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ବୈପାରିଗୁଡ଼ା ନୋଡାଲ କେନ୍ଦ୍ର ଅଧୀନରେ ଥିବା ୧୫ଟି ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଯେଭଳି ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଶିକ୍ଷା ଦାନ କରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବୈପାରିଗୁଡା ବିଇଓ ସୁଧୀର ରଥ, ଏବିଇଓ କନକ ମଞ୍ଜରୀ ଭତ୍ରା, ସୁନୀଲ ସାଗର, ହାଇସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅନ୍ୟାନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।