ନାଗପୁର ଟେଷ୍ଟରେ ସ୍ପିନରଙ୍କ କମାଲ, ଜାଡ଼େଜାଙ୍କୁ ୫ ଓ ଅଶ୍ୱିନୀଙ୍କୁ ୩ ୱିକେଟ

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନାଗପୁରରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନର ଖେଳ ଶେଷ ହୋଇଛି । ଅଷ୍ଟ୍ରେଲିଆ ଟିମକୁ ଭାରତ ୧୭୭ ରନରେ ଅଲଆଉଟ କରିବାରେ ସଫଳ ହୋଇଛି । ଏଥିରେ ଭାରତର ଷ୍ଟାର ସ୍ପିନର ରବିନ୍ଦ୍ର ଜାଡେଜା ୨୨ ଓଭରରେ ୪୭ ରନ୍ ଦେଇ ୫ ୱିକେଟ ନିଜ ନାଁରେ କରିଥିଲେ । ଅନ୍ୟପଟେ ରବିଚନ୍ଦ୍ରନ୍ ଅଶ୍ୱିନ ୧୫.୫ ଓଭରରେ ୪୨ ରନ୍ ଦେଇ ୩ଟି ୱିକେଟ ହାସଲ କରିଥିଲେ । ଏଥିସହିତ ମହମ୍ମଦ ସିରାଜ ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ ।

ସୂଚନାଯୋଗ୍ୟ, ଅଷ୍ଟେଲିଆ ଟିମ ଅଲଆଉଟ ହେବା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍ ଖେଳ ଶେଷ ହେବାସୁଦ୍ଧା ୭୭ ରନ୍ କରି ୧ ୱିକେଟ ହରାଇଛି । ଏଥିସହିତ କେଏଲ ରାହୁଲ ୭୧ ବଲରେ ୧୦ ରନ କରି ଆଉଟ ହୋଇଥିବାବେଳେ ଅଧିନାୟକ ରୋହିତ ଶର୍ମା ୫୬ ଓ ଅଶ୍ୱିନ ୦ ରନରେ ଅପରାଜିତ ରହିଛନ୍ତି ।