କୋରାପୁଟ,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି.ରାଜନା ଦୋରା ପୁଣିଥରେ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ ଲୋକଙ୍କୁ ବୁଝାଇଛନ୍ତି । ଏହାସହ ପ୍ରଦତ୍ତ ଭତ୍ତା, ଜମିପଟ୍ଟା, ଅଙ୍ଗନବାଡି, ରାସନ, ପାନୀୟ ଜଳ ଓ ବିଦ୍ୟୁତକୁ ନେଇ ଲୋକଙ୍କର କ’ଣ ସମସ୍ୟା ରହିଛି ତାହା ସମୀକ୍ଷା କରିଥିବା ଜଣାପଡ଼ିଛି ।