୩୭ତମ ନ୍ୟାସନାଲ ଗେମ୍ସରେ ନବରଙ୍ଗପୁର ଖେଳାଳୀଙ୍କ ରୌପ୍ୟ ପଦକ ହାସଲ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଅକ୍ଟୋବର ୨୬ରୁ ୨୯ ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେଉଥିବା ୩୭ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶା ସରକାରଙ୍କ ତରଫରୁ ୧୨ଜଣ ପେଞ୍ଚାକ ସିଲାଟ ଖେଳାଳି ଭାଗ ନେଇଥିଲେ । ଓଡ଼ିଶାର ଉପାନ୍ତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଆଶୁତୋଷ ପୂଜାରୀ, ଗଣେଶ ପୂଜାରୀ ଓ ରବୀନ୍ଦ୍ର ଭତରା ଦଳଗତ ଭାବେ ରାଜସ୍ଥାନ, ଗୋଆକୁ ହରାଇ ଫାଇନାଲରେ ମହାରାଷ୍ଟ୍ର ସହିତ ଖେଳି ରୌପ୍ୟ ପଦକ ହାସଲ କରିଛନ୍ତି । ଖେଳାଳୀଙ୍କୁ ସଫଳତା ଲାଗି ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି । ବିଶେଷ କରି ପେଞ୍ଚାକ ସିଲାଟ ଆସୋସିଏସନ ନବରଙ୍ଗପୁର ସଭାପତି ଦୀପକ ସାହୁ , ସମାଜସେବୀ ଜଗନ୍ନାଥ ମହାପାତ୍ର, ଜିଲ୍ଲା କ୍ରୀଡ଼ା ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ସମାଜସେବୀ ଜଗନ୍ନାଥ ବେହେରା, ଉପଦେଷ୍ଟା ତଥା ବରିଷ୍ଠ ଅଧିବକ୍ତା ରାମ ପ୍ରସାଦ ପାତ୍ର, ଚିତ୍ତରଞ୍ଜନ ପାତ୍ର ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ବିନାୟକ ଖାଢ଼ଙ୍ଗାଙ୍କ ସମେତ ଜିଲ୍ଲାର ସମସ୍ତ କ୍ରୀଡ଼ାବିତ ଶୁଭେଚ୍ଛା ଜଣାଇଛନ୍ତି ।