ତାଲପଟିଆ ଫାଣ୍ଡି ସ୍ଥାନାନ୍ତର ନକରିବାକୁ ଗୃହ ବିଭାଗକୁ ନବ ଦାସଙ୍କ ପତ୍ର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଥାନା ଅଧୀନରେ ଥିବା ତାଲପଟିଆ ଫାଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୃହ ବିଭାଗକୁ ଏକ ପତ୍ର ଲେଖିଛନ୍ତି। ଆଇନ ଶୃଙ୍ଖଳାକୁ ବଜାୟ ରଖିବା ତଥା ଜନସାଧାରଣଙ୍କ ହିତ ପାଇଁ ତାଲପଟିଆ ଫାଣ୍ଡି ସ୍ଥାପନ କରାଯାଇଥିଲା। ଏହି ଫାଣ୍ଡି ପାଇଁ ତାଲପଟିଆ ଅଂଚଳରେ ଅପରାଧୀକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରହିଛି। ଫାଣ୍ଡି ସ୍ଥାନାନ୍ତରକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଅସନ୍ତୋଷ ମଧ୍ୟ ପ୍ରକାଶ କରୁଛନ୍ତି। ତେଣୁ ଜନସାଧାରଣଙ୍କ ହିତ ତଥା ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ତାଲପଟିଆ ଫାଣ୍ଡି ସ୍ଥାନାନ୍ତର ପାଇଁ ନିଆଯାଇଥିବା ନିଷ୍ପତ୍ତି ଉପରେ ପୁନଃବିଚାର କରାଯାଉ ବୋଲି ଶ୍ରୀ ଦାସ ଦାବି କରିଛନ୍ତି।