ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସମୟରୁ ବନ୍ଦ ରହିଥିବା ଝାରସୁଗୁଡ଼ା-ହାଟିଆ ପେସେଞ୍ଜର ଟ୍ରେନ ଚଳାଚଳ ଆଜିଠାରୁ ପୁଣି ଆରମ୍ଭ ହୋଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଝାରସୁଗୁଡ଼ା ଗସ୍ତ ଓ ସାଂସଦ ସୁରେଶ ପୂଜାରୀଙ୍କ ଚେଷ୍ଟା ଯୋଗୁ ଏହି ଟ୍ରେନର ଚଳାଚଳ ପୁଣି ଆରମ୍ଭ ହୋଇପାରିଥିବା ନେଇ ବିଜେପି ପକ୍ଷରୁ ପ୍ରକାଶ ପାଇଛି। ଆଜି ସକାଳ ୮.୨୫ ମିନିଟରେ ଝାରସୁଗୁଡ଼ା ବିଧାନସଭାର ବିଧାୟକ ପ୍ରାର୍ଥୀ ଦିନେଶ ଜୈନ, ବରଗଡ଼ ସାଂସଦଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା ଓ ଡିଆରୟୁସିସି ସଦସ୍ୟ ଲଳିତ ମଗର ପ୍ରମୁଖ ଟ୍ରେନର ପୁନଃ ଚଳାଚଳ ପାଇଁ ସବୁଜ ପତାକା ଦେଖାଇଥିଲେ। ଏହି ସମୟରେ ଦିନେଶ କୁମାର ଉପାଧ୍ୟାୟ, ନୀଳାମ୍ବର ଦଣ୍ଡସେନା, ଚେମ୍ୱର ଅଫ କମର୍ସ ସଭାପତି ହିରାଲାଲ ଲୋକଚନ୍ଦାନି ଓ ଆଞ୍ଚଳିକ ବିକାଶ ପରିଷଦର ମନମୋହନ ପାଣ୍ଡେ ପ୍ରମୁଖଙ୍କ ସହ ରେଳବାଇ ଅଧିକାରୀମାନେ ଉପସ୍ଥିତ ଥିଲେ।