ନୂଆଦିଲ୍ଲୀ: ରାଜସ୍ଥାନ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ଓ ରାଜନୈତିକ ନିଯୁକ୍ତିକୁ ନେଇ ଜାରି ରହିଥିବା ଅଟକଳ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ବୈଠକ ସୋନିଆ ଗାନ୍ଧୀଙ୍କ ଆବାସ ୧୦ ଜନପଥରେ ପାଖାପାଖି ଘଣ୍ଟାଏ ଧରି ହୋଇଥିଲା। ଏଥର ଅନୁଭବ, କାର୍ଯ୍ୟଶୈଳୀ, କ୍ଷେତ୍ରୀୟ ତଥା ଜାତିଗତ ସନ୍ତୁଳନକୁ ଧ୍ୟାନରେ ରଖି ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପାଇଲଟ କହିଛନ୍ତି। ଏଥିସହିତ ପାଇଲଟ କଂଗ୍ରେସ ସଂଗଠନର ମହାସଚିବ କେସୀ ବେଣୁଗୋପାଳଙ୍କୁ ମଧ୍ୟ ଭେଟିଛନ୍ତି।
ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ପାଇଲଟ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜସ୍ଥାନ, ସରକାର, ସଂଗଠନ ତଥା ରାଜନୈତିକ ପରିସ୍ଥିତିକୁ ନେଇ ଚର୍ଚ୍ଚା ହୋଇଛି। ମୁଁ ମୋ ପଏଣ୍ଟ ଉପସ୍ଥାପନ କରିଛି। କଂଗ୍ରେସ ଅଧ୍ୟକ୍ଷା ସରକାର ଓ ସଂଗଠନ ଉପରେ ରୁଚି ନେଉଥିବା ଦେଖି ମୋତେ ଖୁସି ଲାଗୁଛି।