ଛାତ୍ରଛାତ୍ରୀଙ୍କୁ ଦେଶର ଐତିହ୍ୟ ସମ୍ପର୍କରେ ସଚେତନ କରିବ ମୁସ୍କାନ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶ୍ରୀ ସିମେଣ୍ଟ୍ ସମର୍ଥିତ ଏବଂ ପ୍ରଭା ଖୈତାନ ଫାଉଣ୍ଡେଶନ ଆଣ୍ଡ୍ ଏଜୁକେଶନ ଫର୍ ଅଲ୍ ଟ୍ରଷ୍ଟର ଅଭିଯାନ-ପ୍ରୋଜେକ୍ଟ ‘ମୁସ୍କାନ’ ଦେଶର ସାହିତ୍ୟିକ ଓ ସାଂସ୍କୃତିକ ଐତିହ୍ୟକୁ ଲୋକପ୍ରିୟ କରିବା ପାଇଁ ଭାରତର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଷ୍ଟୋରୀ-ଟେଲିଂ, ନୃତ୍ୟ, ସଙ୍ଗୀତ, ଅଭିନୟ, ଥିଏଟର ଓ ଆର୍ଟ ଆଦିରେ ନିୟୋଜିତ କରି ସେମାନଙ୍କ ନିକରେ ପହଞ୍ଚିବ।

ଗରିବ ପିଲାମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଓ ମୌଳିକ ସ୍ୱଚ୍ଛତା ଉପକରଣ ବିତରଣ କରିବା ମଧ୍ୟ ଏହି ପ୍ରକଳ୍ପର ଏକ ଅଂଶ ଅଟେ। ଭାରତର ପ୍ରାୟ ୧୦୦ରୁ ଅଧିକ ବିଦ୍ୟାଳୟକୁ ମୁସ୍କାନର ବିଭିନ୍ନ ଅଭିଯାନ ପାଇଁ ନିୟୋଜିତ କରାଯାଇଛି। ମୁସ୍କାନ୍ ପକ୍ଷରୁ ରସ୍କିନ୍ ବଣ୍ଡ, ସୁଧା ମୂର୍ତ୍ତିଙ୍କ ଭଳି ପ୍ରତିଷ୍ଠିତ ଭାରତୀୟ ଲେଖକ ଓ ସମାଜସେବୀଙ୍କୁ ସାମିଲ କରାଯାଇଛି।