ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା। ଜଣେ ଦୁବୃର୍ତ୍ତ ଅଚାନକ୍ ଘରେ ପଶି ପ୍ରଫେସର ଧ୍ରୁବରାଜଙ୍କୁ ଆକ୍ରମଣ କରିଥିଲେ ଏହାପରେ ତାଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଝାରସୁଗୁଡାର ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପ୍ରଫେସର ଧ୍ରୁବରାଜ ଝାରସୁଗୁଡା ଲଇକେରା ଥାନା ସରଗିଗୁଡା ତାଙ୍କ ବାସଭବନରେ ଥିବା ସମୟରେ ତାଙ୍କ ଉପରେ ଏଭଳି ଅତର୍କିତ ଆକ୍ରମଣ ହୋଇଥିଲା।

ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ଆକ୍ରମଣକାରୀ ଜଣଙ୍କୁ ଲଇକେରା ପୁଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି।