ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା, ୬ ଗିରଫ

ଗୁଣୁପୁର,ଏନ୍ଏନ୍ଏସ୍: ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା ମାମାଲାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପଦ୍ମପୁର ଥାନା ଅନ୍ତର୍ଗତ ପାଜିଲିବନ୍ଧ ଗାଁର ୬ ଜଣଙ୍କୁ ପୁଲିସ‌ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ପାଜିଲିବନ୍ଧ ଗାଁର ବିଷ୍ଣୁ ଶବର(୨୫), ଈଶ୍ୱର ଶବର (୨୦), ଫଳୁଗୁନି ଶବର (୪୩), କେଶବ ଶବର(୪୦) ଜଗବନ୍ଧୁ ଶବର(୩୨) ଓ ରାଜୁ ଶବର(୨୫)। ହତ୍ୟାକାଣ୍ଡରେ ଆହୁରି ଅନେକ ଲୋକ ସମ୍ପୃକ୍ତ ଥିବା ଅନୁମାନ କରି ସନ୍ଧାନ ଜାରି ରହିଛି । ହତ୍ୟା, ଯୋଜନାବଦ୍ଧ ଭାବେ କାଣ୍ଡ ଭିଆଇବା ଓ ପ୍ରମାଣ ନଷ୍ଟ କରିବା ଭଳି ମାମାଲା ରହିଥିବା ବିଷମକଟକ ଆଇଆଇସି ଆକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି ମାମଲାର ତଦନ୍ତ ପଦ୍ମପୁର ଥାନାଧିକାରୀ ସଞ୍ଜୟ କୁମାର ନାୟକ କରୁଛନ୍ତି । ତେବେ ମାମାଲାର ତଦନ୍ତ ଜାରି ରହିଥିବାବେଳେ ଏଥିରେ ସହଯୋଗ କରିଥିବା ଲୋକଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି । ଗିରଫ ସମସ୍ତ ୬ଜଣ ବାହାରକୁ ଚାଲିଯିବାକୁ ଉଦ୍ୟମ କରୁଥିବା ସମୟରେ ଗୁଇବନ୍ଧ ନିକଟରୁ ଧରା ଯାଇଥିବା ପୁଲିସ କହିଛି ।