ଲାଲକୃଷ୍ଣ ଆଡଭାନୀ ଲଗାଇଲେ ଟିକା

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଆଜି କରୋନା ଟିକାର ପ୍ରଥମ ଡୋଜ୍ ଲଗାଇଛନ୍ତି। ସୂଚନା ମତାବକ, ଆଡଭାନୀ ଏମ୍ସରେ ଟିକା ନେଇଛନ୍ତି। କରୋନା ନିୟମକୁ ପାଳନ କରି ଆଡଭାନୀ ଟିକା ନେବା ସମୟରେ ମାସ୍କ ଲଗାଇଥିଲେ।

ସୂଚନାଯୋଗ୍ୟ, କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରମୁଖ ଟିକା ଲଗାଇଛନ୍ତି ।