ବନ ମହୋତ୍ସାବ ସପ୍ତାହ ଉତ୍ସବ ପାଳନ

ମୁନିଗୁଡ଼ା,ଏନ୍ଏନ୍ଏସ୍: ମୁନିଗୁଡ଼ା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ବିଭିନ୍ନ କିସମର ଚାରା ଯୋଗାଇ ଦିଆଯାଇଛି। ମୁନିଗୁଡ଼ା ଥାନା ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀ ଚାରା ବିକ୍ରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱବାଧାରକ ଡ.ଗୌରାଙ୍ଗ ଚରଣ ରାଉତ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ। ବନପାଳ ହରିଶ୍ଚନ୍ଦ୍ର ମାର୍ଥାଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ଶକୁନ୍ତଳା ବେହେରା, ଅହଲ୍ୟା ପାତ୍ର, ପୁଷ୍ପାଞ୍ଜଳି ନାୟକ, ଲିନା ଦଣ୍ଡସେନା, ଜୟଶଙ୍କର ପାଡ଼କା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭାଗ ତରଫରୁ ଜନସାଧାରଣଙ୍କୁ ଗଛ ପ୍ରତି ଏକ ଟଙ୍କା ବିନିମୟରେ କାଜୁ, ଅଁଳା, ବେଲ, ଚମ୍ପା, ପଣଷ, ପେସ୍ତା ବାଦାମ, ଅଗସ୍ତି, ବରଡ଼ା ଆଦି ବିକ୍ରି କରାଯାଇଥିଲା।