ଆଜି ରାତି ୮ଟାରୁ ୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦ ସଟଡାଉନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଗତ ୨ଦିନ ତଳେ ୩୫ଜଣ ବିଏସଏଫ ଯବାନ ଓ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଉ ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟାରୁ ଆସନ୍ତା ୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦକୁ ସଟଡାଉନ ଘୋଷଣା କରାଯାଇଛି। ଏଥିସହ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଓ ବୋଫର ଜୋନ ଭାବେ ଘୋଷଣା କରାଯାଇଛି। ଏହି ସମୟରେ କେବଳ ଔଷଧ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇଛି। ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରଛନ୍ତି। ଏଥିସହିତ ପ୍ରତ୍ୟେକ ୱାର୍ଡ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ କୌଣସି ପ୍ରକାର ସମସ୍ୟା ହେଲେ ସେମାନଙ୍କୁ ଜଣାଇବାକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।