ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା,ଏନ୍ଏନ୍ଏସ୍: ଗତକାଲି ଏକ ପଳାଶ ଗଛରେ ଜନୈକ ଦଶମ ଶ୍ରେଣୀ ଛାତ୍ରୀଙ୍କର ଝୁଲନ୍ତା ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛିି।

ମିଳିଥିବା ରିପୋର୍ଟ ମୁତାବକ, ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ହାତୀକୋଟ ପଞ୍ଚାୟତର କଷାଡ଼ାହି ଗ୍ରାମ ନିକଟସ୍ଥ ଏକ ପଳାଶ ଗଛର ଡ଼ାଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବକୁ ଦେଖି ସ୍ଥାନୀୟ ଜନସାଧାରଣ ପୁଲିସକୁ ଖବର ଦେଇଥିଲେ। ଖବରପାଇ ବେତନଟୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ପ୍ରକାଶଥାଉ କି, ଉକ୍ତ ଛାତ୍ରୀ ବେକରେ ପିନ୍ଧିଥିବା ଏକ ସୁନା ଲକେଟକୁ ହଜାଇ ଦେଇଥିବାରୁ ତାଙ୍କ ମା’ ଝିଅକୁ ଗାଳି କରିଥିଲେ। ସେଥିରେ ରାଗିଯାଇଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ବାପା ଥାନାରେ ଲିଖିତ ରୂପରେ ଜଣାଇଛନ୍ତି। ଏହାକୁ କେନ୍ଦ୍ରକରି ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।