Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସ୍ୱତନ୍ତ୍ର ରାଜ୍ୟ ପାହିଆ ଦାବିରେ ସତ୍ୟବ୍ରତଙ୍କ ଓଡିଶା ପରିକ୍ରମା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସ୍ୱତନ୍ତ୍ର ରାଜ୍ୟ ପାହିଆ ଦାବିରେ ସତ୍ୟବ୍ରତଙ୍କ ଓଡିଶା ପରିକ୍ରମା

ମୁନିଗୁଡା,ଏନ୍ଏନ୍ଏସ୍ : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଜଗସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଭଗବାନ ସିନ୍ଦୋଳ ଗ୍ରାମରୁ ଆରମ୍ଭ ହୋଇଛି ସତ୍ୟବ୍ରତଙ୍କ  ପଦଯାତ୍ରା।  ଏହିକ୍ରମରେ ସେ ଆଜି ମୁନିଗୁଡା ବ୍ଲକରେ ପହଞ୍ଚିଥିଲେ। ସତ୍ୟବ୍ରତଙ୍କ ଜାତିପ୍ରିତୀ ତାଙ୍କର ଏକନିଷ୍ଠ ମୂଳ ଲକ୍ଷ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ। ଏଣୁ ସେ ଗତ ବର୍ଷ ଜୁଲାଇ ମାସ ୧୦ତାରିଖ ଠାରୁ ଘରୁ ବାହାରି ଯାଜପୁର ଜିଲ୍ଲା ବଡଚଣାରୁ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୧୯ଟି ଜିଲ୍ଲାର ୧୯୮ଟି ବ୍ଲକରେ ପହଂଚି ଲୋକମାନଙ୍କୁ ସଚେତନ କରାଇବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରୁଛନ୍ତି। ଏହି ପତ୍ର ମାଧ୍ୟମରେ ସେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହାନଦୀ ଜଳ ବିବାଦର ସମାଧାନ,ପୋଲାଭରମ ପ୍ରକଳ୍ପ ପାଇଁ ମାଲକାନଗିରିର ଆଦିବାସୀଙ୍କ ବାସଚ୍ୟୁତ ହେବାକୁ ଥିବାରୁ ତାହା ବନ୍ଦ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି।

ସତ୍ୟବ୍ରତଙ୍କ ଏକନିଷ୍ଠ ସାଧନା ଓ ଲକ୍ଷକୁ ଖରା,ବର୍ଷା ଓ ଶୀତ ବାଧା ଦେଉଥିଲେ ମଧ୍ୟ ସେ ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର ହୋଇ ଚାଲିଛନ୍ତି। ସତ୍ୟବ୍ରତ ମୁନିଗୁଡ଼ାରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳର ସାମାଜିକ କାର୍ୟ୍ୟକର୍ତ୍ତା ହାତୀ ପଣ୍ଡା, ଲାଡି ଶଙ୍କର ରାଓ, କ୍ଷ୍ୟମାଶାଗର ଦାସ, ସୂର୍ୟ୍ୟକାନ୍ତ ବେହେରା ଓ ମୁନିଗୁଡା ବିକାଶ ପରିଷଦର ସମ୍ପାଦକ ସୁଧାକର ମହାରଣା ପ୍ରମୁଖ ତାଙ୍କୁ ସ୍ବାଗତ କରି ଆଣିଥିଲେ। ପରେ ସତ୍ୟବ୍ରତ ବିଡ଼ିଓଙ୍କ ଅନୁପସ୍ଥିତରେ ବ୍ଲକ ଆକାଉଣ୍ଟ ଅଫିସର ଶ୍ରୀଯୁକ୍ତ ବିଜୟ କୁମାର ବେବର୍ତ୍ତାଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ମୁନିଗୁଡାର ଯାତ୍ରା ଶେଷ କରିଥିଲେ। ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ସହ ଅନ୍ୟ ଦୁଇ ଦାବି ଯଥାଶୀଘ୍ର ପୁର୍ଣ୍ଣହେଉ ଏହାହିଁ ମୁନିଗୁଡା ବାସୀଙ୍କ ସଦିସ୍ଛା ବୋଲି  ହାତୀ ପଣ୍ଡା ସତ୍ୟବ୍ରତଙ୍କୁ ବିଦାୟ ସମୟରେ କହିଥିଲେ।