ବେଲଗା,ସଇଁନ୍ତଳା: ଲଦାଖ ସୀମାନ୍ତ ଗଲୱ।ନରେ ଗତ ମଙ୍ଗଳବାର ଦିନ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ସଂଗ୍ରାମରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ସେମାନଙ୍କୁ ସମଗ୍ର ଦେଶବାସୀ ଅନ୍ତରରୁ ସଲାମ ଜଣାଉଛନ୍ତି । ଏଥିରେ ଓଡିଶା ର ୨ଜଣ ଯବାନ ସହିଦ ହୋଇ ଓଡିଶା ମାଟିକୁ ଗର୍ବିତ କରିଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ବେଲଗା ଯୁବ ଗୋଷ୍ଠୀମାନେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରଯାଇଥିଲା ।