ବିଜେପି ତରଫରୁ ମୁନିଗୁଡ଼ା ବ୍ଲକ ଘେରାଉ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ବିଜେପି ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ସମ୍ମିଳିତ ୨୭ ଦଫା ଦାବୀପତ୍ର ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପଠାଯାଇଛି । ମୁନିଗୁଡ଼ା ବ୍ଲକ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ଆଜି ମୁନିଗୁଡ଼ା ମଣ୍ଡଳ ସଭାପତି ଜଗା ଶବର ଓ ଅମ୍ବାଦଳା ମଣ୍ଡଳ ସଭାପତି ପରମେଶ୍ୱର ରାଓଙ୍କ ମିଳିତ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ରାଲି ମୁନିଖୋଲରୁ ବାହାରି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ପହଞ୍ଚିଥିଲା ।ସେଠାରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ଏବଂ ବରିଷ୍ଠ ବିଜେପି ନେତା ରମେଶ ସାମନ୍ତ, ବୀରଭଦ୍ର ଆଚାରି ଓ ସୁଶୀଳା ସରାଫଙ୍କ ମିଳିତ ସଂଯୋଜନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ କଳଙ୍କିତ ଶାସନ ଓ ପ୍ରଶାସନର ଅପାରଗତା ନୀତି ଓ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ହଡ଼ପ ବିରୁଦ୍ଧରେ ନେତୃ ମଣ୍ଡଳୀଙ୍କ ଶାଣିତ ସ୍ୱର ଶୁଣିବାକୁ ମିଳୁଥିଲା । ପରେ ବିଡ଼ିଓ ଶ୍ରୀ ତନ୍ତୀଙ୍କୁ ବିଜେପି ନେତା ରାମଚନ୍ଦ୍ର ବେହେରା, ରମେଶ ସାମନ୍ତ, ଯୁବନେତା ନରେନ୍ଦ୍ର ନାଗ, ମହିଳା ମୋର୍ଚ୍ଚା ନେତ୍ରୀ ରାନୁ ସିକା, ବୀରଭଦ୍ର ଆଚାରି, ଜଗା ଶବର, ପରମେଶ୍ୱର ରାଓ ଓ ସୁଶୀଳା ସରାଫ ପ୍ରମୁଖ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡ଼ିକ ମଧ୍ୟରେ ମୁନିଗୁଡ଼ାକୁ ଏନଏସି ମାନ୍ୟତା, ଅମ୍ବାଦଳାକୁ ବ୍ଲକ ମାନ୍ୟତା, ଟିକରପଡ଼ା ଲେବୁଲ କ୍ରସିଂରେ ଭୂତଳ ରାସ୍ତା, ରେଳବାଇ ବିସ୍ଥାପିତ ଭୂମିହୀନ ବ୍ୟବସାୟୀ ପରିବାରକୁ ବାସଗୃହ, ମାର୍କେଟ କମ୍ପେ୍ଲକ୍ସ, ମନରେଗା ଯୋଜନାରେ ୨୦୦ଦିନ କାମ, ବେଦାନ୍ତ କମ୍ପାନୀରେ ନିଯୁକ୍ତି, ବାସହୀନ ଲୋକଙ୍କୁ ୪ ଡିସିମିଲ ଘର ଡିହ, ମୁନିଗୁଡ଼ାରେ ଶୀତଳ ଭଣ୍ଡାର ଓ ଶିକ୍ଷିତ ବେକାରୀଙ୍କୁ ଭତ୍ତା ପ୍ରଦାନ ଆଦି ସାମିଲ ରହିଛି । ବିଜେପି ନେତାମାନେ ଆବାସ ଯୋଜନାରେ ଦୀର୍ଘ ଦିନରୁ ବଞ୍ଚିତ ପରିବାରବର୍ଗଙ୍କ ଶତାଧିକ ଦରଖାସ୍ତ ମଧ୍ୟ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨ ମଣ୍ଡଳ ସଭାପତି, ରାଜ୍ୟ ଓବିସିି ମୋର୍ଚ୍ଚା ଉପସଭାପତି ଶ୍ରୀ ବେହେରା, ଜିଲ୍ଲା ସମ୍ପାଦକ ସୁଶୀଳା ସରାଫ, ରମେଶ ସାମନ୍ତ, ଅଙ୍ଗଦ କୁମ୍ରିକା, ବୀରଭଦ୍ର ଆଚାରୀ, ମିନ ଗୌଡ଼, ଯୁବନେତା ନରେନ୍ଦ୍ର ନାଗ, କୁଷ ପାଢ଼ ଓ ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ଘେରାରେ ନେତୃତ୍ୱ ନେବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।