ସଂସଦର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ, ଲୋକସଭାରେ ୨ ଅଜ୍ଞାତ ଯୁବକ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେସନ ଜାରୀ ରହିଥିବାବେଳେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦର୍ଶକ ଗ୍ୟାଲେରୀରୁ ସିଧା ସାଂସଦଙ୍କ ଆସନକୁ ୨ ଅଜ୍ଞାତ ଯୁବକ ଡେଇଁଥିବା ନେଇ ସୂଚନା ମିଳିଛି । ଏହି ସମୟରେ ସେମାନେ କିଛି ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିବାକୁ ଉଦ୍ୟମ କରି ଧରା ପଡ଼ିଛନ୍ତି । ଏହାପରେ ସଂସଦର ୨ ସଦନକୁ ସ୍ଥଗିତ ରଖାଯାଇଛି।

ଉକ୍ତ ଘଟଣାକୁ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ଶୂନ୍ୟ କାଳ ସମୟରେ ହୋଇଥିବା ଘଟଣା ସମ୍ବନ୍ଧରେ ଲୋକସଭା ନିଜ ସ୍ତରରେ ସମ୍ପୂର୍ଣ୍ଣ ରୂପେ ଯାଞ୍ଚ କରୁଛି । ଏସମ୍ବନ୍ଧରେ ଦିଲ୍ଲୀ ପୁଲିସକୁ ମଧ୍ୟ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି ।