ପୌର ପରିଷଦର ବର୍ଜ୍ୟବସ୍ତୁକୁ ନେଇ ଜୈବିକ ସାର ପ୍ରସ୍ତୁତି କାରଖାନା ଉଦଘାଟିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପୌରପରିଷଦର ପ୍ରଧାନିଗୁଡାଠାରେ ବର୍ଜ୍ୟବସ୍ତୁ ଦ୍ୱାରା ଜୈବିକ ଖତ ସାର ପ୍ରସ୍ତୁତ କାରଖାନା ଉଦଘାଟିତ ହୋଇଯାଇଛି। ଏହାକୁ ମାଲକାନଗିରି ଜିଲ୍ଲାପାଳ ଡ. ୱାଇ ବିଜୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କ୍ଷୀରାବ୍ଧି ବେହେରା ପ୍ରମୁଖ ଯୋଗଦେଇ ଭାରତରେ ଜଳବାୟୁ ପରିବର୍ତ୍ତନ, ପରିବେଶ ଦୂଷିତ, ବିଭିନ୍ନ କାରଣରୁ ହେଉଥିବା

ସୁପ୍ରିମକୋର୍ଟ ଅନୁଭବ କରିବା ପରେ ପ୍ରତି ରାଜ୍ୟ, ଜିଲ୍ଲାରେ ବିଭିନ୍ନ ସହରରୁ ସଂଗୃହୀତ ହେଉଥିବା ବର୍ଜ୍ୟବସ୍ତୁକୁ ଏଣେତେଣେ ନପକାଇ କିମ୍ବା ନିଆଁ ନ ଲଗାଇ ଜୈବିକ ଖତସାର ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ମାଲକାନଗିିରି ଜିଲ୍ଲାରେ ୭୬ ଲକ୍ଷ ବ୍ୟୟରେ ବର୍ଜ୍ୟ ବସ୍ତୁକୁ ସଂଗ୍ରହ କରାଯାଇ ଜୈବିକ ସାର କାରଖାନା ପ୍ରତିଷ୍ଠା ହେବା ପରେ ଆଜି ଏହି କାରଖାନାରୁ ଜୈବିକ ଖତସାର ଉତ୍ପାଦନ ଆରମ୍ଭ ହୋଇଛି। ଜିଲ୍ଲାରେ ଜଙ୍ଗଲ, କୃଷି, ମୃତ୍ତିକା ସଂରକ୍ଷଣ, ଜଳ ବିଭିଜିକା, ଉଦ୍ୟାନ ଇତ୍ୟାଦି ବିଭାଗ ଗୁଡିକ ବୃକ୍ଷରୋପଣ ଏବଂ ଚାଷ କାର୍ଯ୍ୟରେ ଏହି କାରଖାନାରୁ ଜୈବିକ ଖତ କ୍ରୟ କରି ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ପଦାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି, ସବୁଜ ବଳୟ ସୃଷ୍ଟି ଏବଂ ପରିବେଶର ସୁରକ୍ଷା ହୋଇପାରିବ।

କୌଣସି ବିଭାଗ କିମ୍ବା ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ଜିଲ୍ଲା ବାହାରୁ ଯଥା କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଇତ୍ୟାଦି ଅଞ୍ଚଳରୁ ଜୈବିକ ଖତସାର ନ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି କାରଖାନାରେ ଅନେକ ଶ୍ରମିକ କର୍ମ ନିଯୁକ୍ତି ପାଇବା ସହ ମହିଳାମାନେ ମଧ୍ୟ କର୍ମନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇପାରିବେ। ଚାଷୀମାନେ ସିଧାସଳଖ ଏହି କାରଖାନାରୁ ଖତସାର କ୍ରୟ କରି ପନିପରିବା, ତୈଳ ଜାତ ପଦାର୍ଥ ଓ ଡାଲି ଜାତୀୟ ଚାଷରେ ପ୍ରୟୋଗ କରିପାରିବେ।

ପୂର୍ବରୁ ମାଲକାନଗିରି ପୌରପରିଷଦର ଅଳିଆ ଆବର୍ଜନା ଗୁଡିକ ନିର୍ଦ୍ଧିଷ୍ଟ ସ୍ଥାନରେ ନ ପକାଯାଇ ଏଣେତେଣେ ପକାଇବା ସହ ସେଥିରେ ନିଆଁ ଲଗାଇ ଦେଉଥିବା ଯୋଗୁଁ ପରିବେଶ ଉପରେ ଏହାର କୁପ୍ରଭାବ ପଡିବା ସହ ଅନେକ ଗ୍ରାମବାସୀ ତାଙ୍କ ଗ୍ରାମ ନିକଟରେ ଆବର୍ଜନା ନ ପକାଇବା ପାଇଁ ପ୍ରଶାସନକୁ ମିଳିତ ଭାବେ ବାରଣ କରି ଆସୁଥିଲେ। ଆଜି ଏହି କାରଖାନାର ଉତ୍ପାଦନ ଆରମ୍ଭ ହେବା ଯୋଗୁଁ ଚାଷୀମାନେ ଖୁସି ପ୍ରକଟ କରିଛନ୍ତି। ଏ ଅବସରରେ କାରଖାନାରୁ ଉତ୍ପାଦନ ହୋଇଥିବା ଖତକୁ କିଛି କୃଷକମାନଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ, ଜଳ ବିଭିଜିକା ପ୍ରକଳ୍ପ, ବନ ବିଭାଗର ପଦାଧିକାରୀ ଏବଂ କୃଷକମାନେ ଅଂଶଗ୍ରହଣ କରିଥିଲେ।