ପ୍ରଦୀପଙ୍କ ପରେ ଏବେ ଜେଲରୁ ମୁକୁଳିବେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ରହ୍ମପୁର ବୈଦନାଥପୁର ଥାନାରେ ଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିବା ପରେ ସେ ପଦାକୁ ଆସିବେ। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି। ଅଭୟକାନ୍ତଙ୍କ ପାଇଁ ମାମଲା ଲଢ଼ୁଥିବା ଆଇନ୍‌ଜୀବୀ ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ଅଭୟକାନ୍ତଙ୍କ ନାମରେ ମୋଟ ୩ଟି ମାମଲା ରୁଜୁ ହୋଇଥିବା ବେଳେ ପ୍ରଥମଟି ଭିଜିଲାନ୍ସରେ, ଦ୍ୱିତୀୟଟି ବୈଦନାଥପୁର ଥାନରେ ଓ ଅନ୍ୟଟି ଗୋଲନ୍ଥରା ଥାନାରେ ରୁଜୁ ହୋଇଥିଲା। ଅଭୟକାନ୍ତଙ୍କ ଉପରେ ଥିବା ମୋଟ ୩ଟି ମାମଲାରେ ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା। ତେବେ ଅଭୟକାନ୍ତଙ୍କୁ ଜାମିନ ମିଳିଥିଲେ ସୁଦ୍ଧା ପୁଅ ଆକାଶ ପାଠକଙ୍କୁ ଜାମିନ ମିଳିନି। ଆକାଶଙ୍କ ନାମରେ ଥିବା କ୍ରାଇମବ୍ରାଞ୍ଚ ମାମଲାରେ ଅଦାଲତ ପକ୍ଷରୁ ଜାମିନକୁ ଖାରଜ କରିଦିଆଯାଇଥିଲା।