ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମୁନା ତ୍ରିପାଠୀଙ୍କ ଇସ୍ତଫା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା କଂଗ୍ରସ ସଭାପତି ମନୋରଞ୍ଜନ ତ୍ରିପାଠୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ଇସ୍ତଫା ପତ୍ରରେ ଜଣାଇଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଶ୍ରୀ ତ୍ରିପାଠୀ ଦୀର୍ଘ ଦିନ ଧରି କଂଗ୍ରେସ ସଭାପତି ପଦରେ ରହି ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଆସୁଥିଲେ ।