Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବ୍ଲକସ୍ତରୀୟ ଅନୁସୂଚିତ ଜନଜାତି ସାଂସ୍କୃତିକ ମହୋତ୍ସବ ଆୟୋଜନର ପ୍ରସ୍ତୁତି ବୈଠକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବ୍ଲକସ୍ତରୀୟ ଅନୁସୂଚିତ ଜନଜାତି ସାଂସ୍କୃତିକ ମହୋତ୍ସବ ଆୟୋଜନର ପ୍ରସ୍ତୁତି ବୈଠକ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅଭ୍ୟର୍ଥନା ସଭା କକ୍ଷରେ ଆୟୋଜିତ ବ୍ଲକସ୍ତରୀୟ ଅନୁସୂଚିତ ଜନଜାତି ସାଂସ୍କୃତିକ ମହୋତ୍ସବର ପ୍ରସ୍ତୁତି ବୈଠକ ବିଡିଓ ପ୍ରିତମ କୁମାର ତନ୍ତୀଙ୍କ ସଭାପତିତ୍ୱ ଓ ଗୋଷ୍ଠୀ କଲ୍ୟାଣ ବିଭାଗ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା, ଜିଲ୍ଲା ପରିଷଦ ସଦସ୍ୟା ମାଧବୀ କନ୍ଧପାଣି ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ସବ୍ୟସାଚୀ ମହାପାତ୍ର ମଞ୍ଚାସିନ ରହି ଆଦିବାସୀ ସାଂସ୍କୃତିକ ମହୋତ୍ସବ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ମୁନିଗୁଡ଼ା ବିଡିଓ ଏହି ଉତ୍ସବର ମହତ୍ତ୍ୱ ଓ ସଫଳ ଆୟୋଜନକୁ ନେଇ ଥିବା ବିଭିନ୍ନ ଦିଗ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ମୁନିଗୁଡ଼ା ବ୍ଲକର ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା, ଗୌରୀ ପିଡ଼ିକାକା, ପ୍ରକାଶ କରସିକା, ଉପେନ୍ଦ୍ର ସିକକା, ସରସ୍ୱତୀ ଶବର, ଅନନ୍ତ ନୁଣ୍ଡ୍ରୁକା, ସମିତି ସଦସ୍ୟ ଅନଙ୍ଗ ନାଗ, ସଦସ୍ୟା ଶକୁନ୍ତଳା ନୁଣ୍ଡ୍ରୁକା, ସୁନିତା ପିଡ଼ିକାକା ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଦିବାସୀ ସାଂସ୍କୃତିକ ମହୋତ୍ସବ ଆୟୋଜନ ଉପରେ ନିଜ ନିଜର ମତ ରଖିବା ସହିତ ଏହି ଉତ୍ସବ କିପରି ସରସ, ସୁନ୍ଦର ଓ ସଫଳ ରୂପାୟନ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ । ସମ୍ପୂର୍ଣ ଆଦିବାସୀ ସଂସ୍କୃତି ଉପରେ ପର୍ଯ୍ୟବେସିତ ଏହି ମହୋତ୍ସବ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଆୟୋଜିତ ହେଉଛି । ଏଥିରେ ଗ୍ରୁପ ଡ୍ୟାନ୍ସକୁ ସହିତ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ରଖାଯାଇଥିବା ଗୋଷ୍ଠୀ ଅନୁସୂଚିତ ଜାତି, ଜନଜାତି,ପଛୁଆ ବିଭାଗ କଲ୍ୟାଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ପ୍ରକାଶ କରିଥିଲେ । ଦୂର ଦୁରାନ୍ତ ପଞ୍ଚାୟତରୁ ଆସିବାକୁ ଥିବା କଳାକାର ଏବଂ ସେମାନଙ୍କ ବାଦ୍ୟ ସସରଞ୍ଜାମ ନେବା ଆଣିବା ପାଇଁ ପରିବହନ ବ୍ୟବସ୍ଥା ପ୍ରସ୍ତାବକୁ ବିଡିଓ ଶ୍ରୀ ତନ୍ତୀ ଗ୍ରହଣ କରିବା ସହିତ ୨୦ ତାରିଖ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲା ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଯୋଗଦେବା ନେଇ ଘୋଷଣା କରାଯାଇଛି ।