ବ୍ଲକସ୍ତରୀୟ ଅନୁସୂଚିତ ଜନଜାତି ସାଂସ୍କୃତିକ ମହୋତ୍ସବ ଆୟୋଜନର ପ୍ରସ୍ତୁତି ବୈଠକ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅଭ୍ୟର୍ଥନା ସଭା କକ୍ଷରେ ଆୟୋଜିତ ବ୍ଲକସ୍ତରୀୟ ଅନୁସୂଚିତ ଜନଜାତି ସାଂସ୍କୃତିକ ମହୋତ୍ସବର ପ୍ରସ୍ତୁତି ବୈଠକ ବିଡିଓ ପ୍ରିତମ କୁମାର ତନ୍ତୀଙ୍କ ସଭାପତିତ୍ୱ ଓ ଗୋଷ୍ଠୀ କଲ୍ୟାଣ ବିଭାଗ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା, ଜିଲ୍ଲା ପରିଷଦ ସଦସ୍ୟା ମାଧବୀ କନ୍ଧପାଣି ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ସବ୍ୟସାଚୀ ମହାପାତ୍ର ମଞ୍ଚାସିନ ରହି ଆଦିବାସୀ ସାଂସ୍କୃତିକ ମହୋତ୍ସବ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ମୁନିଗୁଡ଼ା ବିଡିଓ ଏହି ଉତ୍ସବର ମହତ୍ତ୍ୱ ଓ ସଫଳ ଆୟୋଜନକୁ ନେଇ ଥିବା ବିଭିନ୍ନ ଦିଗ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ମୁନିଗୁଡ଼ା ବ୍ଲକର ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା, ଗୌରୀ ପିଡ଼ିକାକା, ପ୍ରକାଶ କରସିକା, ଉପେନ୍ଦ୍ର ସିକକା, ସରସ୍ୱତୀ ଶବର, ଅନନ୍ତ ନୁଣ୍ଡ୍ରୁକା, ସମିତି ସଦସ୍ୟ ଅନଙ୍ଗ ନାଗ, ସଦସ୍ୟା ଶକୁନ୍ତଳା ନୁଣ୍ଡ୍ରୁକା, ସୁନିତା ପିଡ଼ିକାକା ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଦିବାସୀ ସାଂସ୍କୃତିକ ମହୋତ୍ସବ ଆୟୋଜନ ଉପରେ ନିଜ ନିଜର ମତ ରଖିବା ସହିତ ଏହି ଉତ୍ସବ କିପରି ସରସ, ସୁନ୍ଦର ଓ ସଫଳ ରୂପାୟନ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ । ସମ୍ପୂର୍ଣ ଆଦିବାସୀ ସଂସ୍କୃତି ଉପରେ ପର୍ଯ୍ୟବେସିତ ଏହି ମହୋତ୍ସବ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୁଲ୍ୟରେ ଆୟୋଜିତ ହେଉଛି । ଏଥିରେ ଗ୍ରୁପ ଡ୍ୟାନ୍ସକୁ ସହିତ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ରଖାଯାଇଥିବା ଗୋଷ୍ଠୀ ଅନୁସୂଚିତ ଜାତି, ଜନଜାତି,ପଛୁଆ ବିଭାଗ କଲ୍ୟାଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ପ୍ରକାଶ କରିଥିଲେ । ଦୂର ଦୁରାନ୍ତ ପଞ୍ଚାୟତରୁ ଆସିବାକୁ ଥିବା କଳାକାର ଏବଂ ସେମାନଙ୍କ ବାଦ୍ୟ ସସରଞ୍ଜାମ ନେବା ଆଣିବା ପାଇଁ ପରିବହନ ବ୍ୟବସ୍ଥା ପ୍ରସ୍ତାବକୁ ବିଡିଓ ଶ୍ରୀ ତନ୍ତୀ ଗ୍ରହଣ କରିବା ସହିତ ୨୦ ତାରିଖ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲା ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଯୋଗଦେବା ନେଇ ଘୋଷଣା କରାଯାଇଛି ।