ମୁମ୍ବାଇରେ ଡେଙ୍ଗୁ ଓ ମେଲେରିଆ ସଂକ୍ରମଣକୁ ଲକ୍ଷ କରି ଡ୍ରୋନ ଦ୍ୱାରା ଔଷଧ ଛିଞ୍ଚନ ଆରମ୍ଭ

ମୁମ୍ବାଇ,ଏଜେନ୍ସି: ଡେଙ୍ଗୁ ଓ ମେଲେରିଆର ବଢ଼ୁଥିବା ସଂକ୍ରମଣକୁ ଲକ୍ଷ କରି ବ୍ରିହାନ ମୁମ୍ବାଇ ମୁନିସିପାଲ କମିସନ(ବିଏମସି) ପକ୍ଷରୁ ଡ୍ରୋନ ଦ୍ୱାର ସହରରେ ଔଷଧ ଛିଞ୍ଚା କାର୍ଯ୍ୟ ଆରମ୍ଭ ହୋଇଛି।

ବିଶେଷ କରି ଜି ଦକ୍ଷିଣ ୱାର୍ଡର ଲୋଏର ପରେଲ, ପ୍ରଭାଦେବୀ, ବିର୍ଲା ଓ ମହାଲକ୍ଷ୍ମୀ ଭଳି ଅଞ୍ଚଳରୁ ଏହି ମାମଲା ଅଧିକ ଦେଖାଦେଇଛି। ଉକ୍ତ ଅଞ୍ଚଳ ଗୁଡ଼ିକ ମଶା ମାନଙ୍କ ଘର ହୋଇଯାଇଥିବା ବେଳେ ବର୍ଷା ଦିନ ଯୋଗୁଁ
ରୋଗ ବ୍ୟାପୁଥିବା କୁହାଯାଇଛି। ଏନେଇ ବିଏମସି ଏକ ବିରାଟ ଡ୍ରୋନରେ କେମିକାଲ ଭର୍ତ୍ତି ବୋତଲ ଲୋଡ କରି ଉଞ୍ଚା ଅଞ୍ଚଳ ମାନଙ୍କ ଛିଞ୍ଚନ କରିଛି।