ଜାତୀୟ ରଗ୍‌ବି ଦଳର ସହ ପ୍ରାୟୋଜକ ହେଲା ଓଡ଼ିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି। ହକି ଇଣ୍ଡିଆର ପ୍ରାୟୋଜକ ହେବା ପରେ ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଟିମ କୀର୍ତ୍ତି ଅର୍ଜନ କରିଛି। ଏହା ପରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ାଇଛି। ଜାତୀୟ ରଗ୍‌ବି ଦଳର ସହ ପାୟୋଜକ ହୋଇଛି ଓଡ଼ିଶା।

ଆସନ୍ତା ୩ ବର୍ଷ ପାଇଁ ରାଜ୍ୟ ସରକାର ଏହାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଛି। ତୃଣମୂଳ ସ୍ତରରୁ ରଗ୍‌ବିକୁ ଉନ୍ନତ କରିବା ସହ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ସୂଚନା ଦେଇଛନ୍ତି।

ତାସକେନ ଠାରେ ଆସନ୍ତା ୧୮ରୁ ଏସିଆନ୍‌ ରଗ୍‌ବି ଚାମ୍ପିଅନ ସିପ ଖେଳାଯିବ। ଏନେଇ ଭୁବନେଶ୍ୱରରେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ।