ମାସ୍କ ପାଇଁ ‘ଥ୍ରୀ ଇଡିଅଟ୍ସ’ ମୁଭିର ସାହାରା ନେଲା ମୁମ୍ବାଇ ପୁଲିସ

ନୂଆଦିଲ୍ଲୀ: ଦେଶରେ ବହୁ ସଂଖ୍ୟାରେ କରୋନା ମାମଲା ସାମ୍ନାକୁ ଆସୁଥିବାବେଳେ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଇତି ମଧ୍ୟରେ ମୁମ୍ବାଇ ପୁଲିସ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିବା ସହ ଏହାର ସଠିକ ଉପାୟ ଶିଖାଇବା ଲାଗି ବଲିଉଡ ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ର ସାହାରା ନେଇଛି।

ମୁମ୍ବାଇ ପୁଲିସ ମାସ୍କ ପିନ୍ଧିବାର ସଠିକ ଉପାୟ ଶିଖାଇବା ପାଇଁ ଏକ ଗ୍ରାଫିକ୍ସ ସେୟାର କରିଛି। ଏଥିରେ ମାସ୍କ ନ ପିନ୍ଧିବା ଓ ଭୁଲ ଢଙ୍ଗରେ ପିନ୍ଧିବାକୁ ନେଇଦର୍ଶାଯାଇଛି। ଗ୍ରାଫିକ୍ସ ସହ ମୁମ୍ବାଇ ପୁଲିସ ଟ୍ୱିଟ କରି ଲେଖିଛି ଯେ, ଭାଇରସ ବିରୋଧରେ ଆପଣ ସେତେବେଳେ ‘ଅଲ ଇଜ୍ ୱେଲ’ ରହିପାରିବେ ଯେତେବେଳେ ଭଲ ଭାବେ ମାସ୍କ ପିନ୍ଧିବେ।