ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ପଞ୍ଚାୟତ ଫୁଲ ପାହାଡ଼ି ଗ୍ରାମର ଜାରା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀର ଗାଳି ସହି ନପାରି ସ୍ୱାମୀ କିଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ଜାରା ସାହିର ଓଜେନ୍ ମାଝୀଙ୍କ ପୁଅ ଶୁକଦେବ ମାଝୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡ଼ା ହେଉଥିଲେ ବି ଗତକାଲି ଏହା ଉଗ୍ରରୂପ ନେଇଥିଲା। ସ୍ତ୍ରୀଙ୍କ ଗାଳିଗୁଳଜ ସହି ନପାରି ଗତକାଲି ସନ୍ଧ୍ୟାରେ ଶୁକଦେବ କୀଟନାଶକ ପିଇ ଦେଇଥିଲେ। ପରେ ପରିବାର ଲୋକେ ତାଙ୍କୁ ୧୦୮ ସାହାଯ୍ୟରେ ପାଟଣା ମେଡିକାଲକୁ ଆଣିଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶୁକଦେବଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପାଟଣା ପୁଲିସ ମେଡିକାଲରେ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦ କରାଇଛି।