ବିଧାନସଭା ଆରମ୍ଭ ହେବା ପୂର୍ବରୁ ସ୍ଥିତି ପରଖିଲେ ପୁଲିସ ଡିଜି ଅଭୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭା ଅଧିବେସନ ଆରମ୍ଭ ହେବା ପୂର୍ବରୁ ପୁଲିସ ଡିଜି ଅଭୟ ସ୍ଥିତି ପରଖିଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରୁ ବିଧାନସଭା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ଅଧିବେସନ ସମୟରେ ତ୍ରିସ୍ତରୀୟ ସୁରକ୍ଷା ଓ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ଜଣାପଡ଼ିଛି। ବିଧାନସଭା ମୁଖ୍ୟ ଗେଟ୍ ଓ ପ୍ରସ୍ଥାନରେ ସୁରକ୍ଷାକୁ ବଢ଼ାଯାଇଛି। ସଭ୍ୟମାନେ ଆସିବା ପରେ ବିଧାନସଭା ପରିସରରେ ସୁରକ୍ଷା ଏବଂ ସାମାଜିକ ଦୂରତା କିପରି ବଜାୟ ରହିବ ସେନେଇ ସମୀକ୍ଷା ହୋଇଛି। ଅନ୍ୟପଟେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାର ବିକ୍ଷୋଭ ପାଇଁ ଅନୁମତି ମିଳିବ ନାହିଁ। ଏହି ସମୟରେ ଡିଜିଙ୍କ ସହ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଆଇନ ଶୃଙ୍ଖଳା ଓ କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।