ମୁମ୍ବାଇ ପୁଲିସ କମିଶନର ପଦରୁ ହଟିଲେ ପରମବୀର ସିଂହ

ମୁମ୍ବାଇ, ଏଜେନ୍ସି: ମୁମ୍ବାଇ ପୁଲିସ କମିଶନର ପଦରୁ ଆଜି ପରମବୀର ସିଂହଙ୍କୁ ହଟାଇ ଦିଆଯାଇଛି। ତାଙ୍କୁ ଏବେ ହୋମଗାର୍ଡ଼ ବିଭାଗର ଡିଜି ରୂପେ ନିଯୁକ୍ତ କରାଯାଇଛି। ପରମବୀରଙ୍କ ସ୍ଥାନରେ ହେମନ୍ତ ନଗରାଲେଙ୍କୁ ମୁମ୍ବାଇର ନୂଆ କମିଶନର ରୂପେ ନିଯୁକ୍ତି ମିଳିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏଣ୍ଟିଲିୟା ମାମଲାରେ ମୁମ୍ବାଇ ପୁଲିସ ଅଧିକାରୀ ସଚ୍ଚିନ ବାଜେଙ୍କ ଗିରଫ ପରେ ପରମବୀର ସିଂହଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ପରମବୀରଙ୍କୁ ହଟାଯିବାକୁ ନେଇ ଚର୍ଚ୍ଚା ହେଉଥିଲା।