ସାମ୍ବାଦିକଙ୍କୁ କରୋନା ଟିକା ପାଇଁ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ-୧୯ ଟିକାକରଣରେ ସାମିଲ ହେବେ ଆଉ କିଛି ଆଗ ଧାଡିର ସମ୍ମୁଖ ଯୋଦ୍ଧା। ସେଥିମଧ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଏନେଇ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ର ।  ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଏହାସହ ବିଦ୍ୟୁତ୍, ଜଳଯୋଗାଣ, ଏୟାରପୋର୍ଟ, ରେଲୱେ, ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ସାମିଲ କରାଯାଇଛି। ସେହିପରି ଶ୍ରୀ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଶ୍ରୀ ମହାପାତ୍ର  ଟିକା ପାଇଁ ଚିଠି ଲେଖିଛନ୍ତି।