ଆତଙ୍କବାଦୀଙ୍କ ଗୁରୁ ହାଫିଜ ସଏଦ ଘର ବାହାରେ ବିସ୍ଫୋରଣ: ୨ ମୃତ, ୧୫ ଗୁରୁତର

ନୂଆଦିଲ୍ଲୀ,ଏଜେନ୍ସି: ଲାହୋର ଅଞ୍ଚଳର ଜୋହର ସହରରେ ରହୁଥିବା ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗୁରୁ ହାଫିଜ ସଏଦର ଘର ବାହାରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା ଘରର କାନ୍ଥ ଓ ଝରକା କାଚ ଭାଙ୍ଗିଯାଇଛି। ତେବେ କିଏ ଓ କାହିଁକି ବିସ୍ଫୋରଣ କରିଛି ତାହା ଜଣାପଡ଼ିନାହିଁ। ହାଫିଜ ସଏଦ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ବିସ୍ଫୋରଣ ହୋଇଥିବା ସ୍ଥାନରେ ସୋରୁମ୍, ବ୍ୟାଙ୍କ ଓ ହସ୍ପିଟାଲ ଥିଲା।