ରଥଯାତ୍ରା ମାମଲାରେ ହସ୍ତକ୍ଷେପ କରିବେନି ହାଇକୋର୍ଟ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏଥିସହିତ ସବୁ ମାମଲାର ଅନ୍ତ ଘଟାଇଛନ୍ତି।

ସୂଚନାଯୋଗ୍ୟ, ପୁରୀ ଛଡ଼ା ଅନ୍ୟ ସ୍ଥାନରେ ରଥଯାତ୍ରା ହେବନି ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା କରିବା ଲାଗି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ଲାଗି ଗୋଟିଏ ମାମଲା ହୋଇଥିଲା। ଆଜି ଉକ୍ତ ମାମଲାର ଶୁଣାଣି କରି ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ କରିବେନି ବୋଲି ହାଇକୋର୍ଟ କହିଛନ୍ତି।