ବୋହୂ ପରେ ବିଜେପିରେ ସାମିଲ ହେଲେ ମୁଲାୟମଙ୍କ ସଢ଼ୂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଦିନକୁଦିନ ଅଧିକ ରୋମାଞ୍ଚକର ହେବାକୁ ଲାଗିଛି । ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ଜବରଦସ୍ତ ଟକ୍କର ଲାଗି ରହିଥିବାବେଳେ ମୁଲାୟମ ସିଂ ଯାଦବଙ୍କ ପରିବାର ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । କାଲି ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଥିବାବେଳେ ଆଜି ସଢ଼ୂ ପ୍ରମୋଦ ଗୁପ୍ତା ସାମିଲ ହୋଇଛନ୍ତି ।

ପ୍ରମୋଦ ଗୁପ୍ତା ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ । ପ୍ରମୋଦ ବିଜେପିରେ ଯୋଗ ଦେବା ପରେ ସମାଜବାଦୀ ପାର୍ଟି ଓ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ନେତାଜୀଙ୍କୁ କଏଦ କରି ରଖାଯାଉଛି ଓ ତାଙ୍କୁ କେଉଁଠି ବି ବାହାରିବାକୁ ଦିଆଯାଉ ନାହିଁ ବୋଲି ପ୍ରମୋଦ କହିଛନ୍ତି ।