ଜିଲ୍ଲା ପୁଲିସ ପାଇଁ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୁଲିସକୁ ନେଇ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟ ସମୀର କୁମାର ନନ୍ଦ, ଗାୟତ୍ରୀ ଦ୍ୱିବେଦୀ, ଶିଶୁ ମଙ୍ଗଳ ସମିତି ସଦସ୍ୟ ଆଇନଜୀବୀ ଟିକେଶ୍ୱର ଧଳ ଓ ଏଚଆରପିସି ଡିଏସପି ଅଜୟ ତୀର୍କୀ ପ୍ରମୁଖ ମଞ୍ଚାସିନ ରହି ଜୁଭେନାଇଲ ଜଷ୍ଟିସ ଆକ୍ଟ ୨୦୧୫ର ସଂଶୋଧିତ ଆଇନ ୨୦୨୨, ଶିଶୁ ସୁରକ୍ଷା ଆଇନର ଉପଯୋଗ ଓ ଭ୍ରମ ସଂଶୋଧନ, ପୌଷ୍ୟ ସନ୍ତାନ ନିୟମାବଳୀ, ନିରୁଦ୍ଦିଷ୍ଟ ଶିଶୁ ସମ୍ପର୍କିତ ତଥ୍ୟ ସହ ଜୁଭେନାଇଲ ଜଷ୍ଟିସ ଆକ୍ଟ ଓ ପୋକ୍ସ ଆକ୍ଟ ପ୍ରୟୋଗ ବେଳେ ପୁଲିସର ଆଚରଣ ବିଧି ସମ୍ପର୍କରେ ଉପସ୍ଥିତ ପୁଲିସ ଓ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଗୁଡ଼ିକୁ ସଚେତନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବିନୋଦ ସିଂ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ, ଜିଲ୍ଲାର ସମସ୍ତ ଥାନାର ମହିଳା ଓ ଶିଶୁ ଡେକ୍ସ ଅଧିକାରୀ, ସିଡିପିଓ, ସିଆରସିସି ଓ ପାରାଲିଗାଲ ଭଲ୍ୟୁଣ୍ଟିଆର ଅଂଶଗ୍ରହଣ କରିଥିଲେ ।