ନାଇଟ କର୍ଫ୍ୟୁରେ ମୁଜରା ପାର୍ଟି, ୩୬ ଗିରଫ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ଏନସିଆର ସମେତ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ହୋଇଛି। ଗୋଟିଏ ପଟେ ସରକାର କଟକଣା ଲଗାଉଥିବାବେଳେ କିଛି ଲୋକ ଏହାକୁ ଅଣଦେଖା କରୁଥିବାର ଅନେକ ଚିତ୍ର ସାମ୍ନାକୁ ଆସୁଛି। ଏଭଳି ଏକ ଘଟଣା ଗ୍ରେଟର ନୋଏଡାର ବୀଟା ୨ କ୍ଷେତ୍ରରେ ଘଟିଛି। ପୁଲିସ ଏକ ମୁଜରା ପାର୍ଟିରେ ରେଡ ମାରି ୩୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ହୋଟେଲ ସଞ୍ଚାଳକ ଓ ଦେହ ବେପାରରେ ଜଡ଼ିତ ୫ଜଣ ଝିଅ ମଧ୍ୟ ସାମିଲ ରହିଛନ୍ତି।

ସୂଚନାଯୋଗ୍ୟ, ନାଇଟ କର୍ଫ୍ୟୁ ସମୟରେ ମୁଜରା ପାର୍ଟି ହେଉଥିବା ନେଇ ପୁଲିସକୁ ଖବର ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା। ଏହି ସମୟରେ ମଦ୍ୟପାନ କରି ଅର୍ଦ୍ଧନଗ୍ନ ଝିଅଙ୍କ ଉପରେ ଟଙ୍କା ଫିଙ୍ଗୁଥିବା ଲୋକଙ୍କୁ ପୁଲିସ ଗିରଫ କରିଥିଲା। ଝିଅଙ୍କ ଉପରେ ଫିଙ୍ଗାଯାଇଥିବା ୧ଲକ୍ଷ ୩୦ହଜାର ୫୦୦ଟଙ୍କା, ମଦ ବୋତଲ ଓ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି।