ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଯୋଗୁ ଆସନ୍ତା ୧୦ ତାରିଖରୁ ସମସ୍ତ କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ। କେବଳ ମେଡିକାଲ ଓ ନର୍ସିଂ କଲେଜ ଖୋଲା ରହିବ। କଲେଜ, ୟୁନିଭର୍ସିଟି ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅନଲାଇନ କ୍ଲାସ କରିବେ। ଚାଲିଥିବା ସମସ୍ତ ଅନଲାଇନ ପରୀକ୍ଷା ଜାରି ରହିବ। କଲେଜ ଓ ୟୁନିଭର୍ସିଟିର ସମସ୍ତ ଶିକ୍ଷକ, କର୍ମଚାରୀ ଡ୍ୟୁଟି କରିବେ। ଅଫଲାଇନରେ ଚାଲୁଥିବା ସମସ୍ତ କୋଚିଂ ମଧ୍ୟ ଅନଲାଇନରେ ହେବ। ଏନେଇ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି।