କରୋନା ବିସ୍ଫୋରଣ: ଦିନକରେ ସଂକ୍ରମଣ ଲକ୍ଷେ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ  ୨୪ ଘଣ୍ଟାରେ ୧ଲକ୍ଷ ୧୭ହଜାର ୧୦୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୩୦ ହଜାର ୮୩୬ଜଣ ସୁସ୍ଥ ହୋଇଛନ୍ତି ଓ ୩୦୨ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହିତ ସଂକ୍ରମଣ ଦର ୭.୭୪ ପ୍ରତିଶତ ରହିଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୦୦୭ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ମାମଲା ରହିଥିବାବେଳେ ଦିଲ୍ଲୀରେ ୪୬୫, କର୍ଣ୍ଣାଟକରେ ୩୩୩ ଓ ରାଜସ୍ଥାନରେ ୨୯୧ ରହିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୧,୧୯୯ଜଣ ସୁସ୍ଥ ହୋଇଛନ୍ତି।