ବିପୁଳ ବିସ୍ଫୋରକ ଜବତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ୍ ଡିଭିଏଫ ଓ ବିଏସ୍ଏଫର ମିଳିତ ଚଢ଼ଉରେ ବଡ଼ ସଫଳତା ମିଳିଛି। କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଅନୁକୁଡେଲି ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ପରେ ଡିଭିଏଫ ଓ ବିଏସଏଫ ଏକ ଟିମ ଗଠନ କରି ମିଳିତ ଚଢ଼ଉ କରିଥିଲେ। ଏହି ସମୟରେ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏହି ବିସ୍ଫୋରକ ଗୁଡ଼ିକୁ ଏକ ଡ୍ରମରେ ପୁରାଇ ମାଟିତଳେ ରଖାଯାଇଥିଲା। ଏନେଇ କୋରାପୁଟ୍ ଏସପି ମୁକେଶ କୁମାର ଭାମୁ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି। ତେବେ ଏହି ବିସ୍ଫୋରକ କ’ଣ ପାଇଁ ସେଠାରେ ଥିଲା ତାହା ଜଣାପଡ଼ିନଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।