୨୨ରେ ସନ୍ଧ୍ୟା ୬ରୁ ୬ଟା ୧୫ ବିଦ୍ୟୁତ୍ ବ୍ୟବହାର ବନ୍ଦ ପାଇଁ ନିବେଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି ପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। ଆସନ୍ତା ୨୨ ତାରିଖ ସନ୍ଧ୍ୟା ୬ଟାରୁ ୬ଟା ୧୫ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ବନ୍ଦ କରିବା ପାଇଁ କଂଗ୍ରେସ ଦଳ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛି। ଏହି ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦର ସ୍ୱର ଉଠାଇବା ପାଇଁ ଓଡ଼ିଶାବାସୀଙ୍କୁ ଅନୁରୋଧ। ତେଣୁ ୧୫ ମିନିଟ୍ ବିଦ୍ୟୁତ୍ ବନ୍ଦ ପାଇଁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି। ଏହି ବନ୍ଦ ପାଇଁ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି କଂଗ୍ରେସ କହିଛି।

କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକ ଥିବା ଜଳ, କୋଇଲା ଯଥେଷ୍ଟ ପରିମାଣରେ ସୂର୍ଯ୍ୟକିରଣ ଓ କୁଣ୍ଡା ଉପଲବ୍ଧ ଅଛି। ତେଣୁ ଓଡ଼ିଶାରେ ସବୁଠାରୁ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମ୍ ହେବା କଥା। କିନ୍ତୁ ଯାହା ଉତ୍ପାଦନ ହେଉଛି ୩୫ ପ୍ରତିଶତ ବ୍ୟବସାୟିକ ଏବଂ ବୈଷୟିକ କ୍ଷତି ହେଉଛି। ଏହା ଅନ୍ୟାନ୍ୟ କେତେକ ରାଜ୍ୟଠାରୁ ବହୁତ କମ୍ କ୍ଷତି ହେବାକଥା। ଅର୍ଥାତ୍ ଦିଲ୍ଲୀରେ ଶତକଡ଼ା ୮ ପ୍ରତିଶତ କ୍ଷତି ହେଉଥିଲା ବେଳେ ଓଡ଼ିଶାରେ ଏହାର ମାତ୍ରା ଅଧିକ। କାରଣ ରାଜ୍ୟ ସରକାର ଓ ବୈଦ୍ୟୁତିକ ବିତରଣ ସଂସ୍ଥାର ଅପାରଗତାକୁ ସ୍ପଷ୍ଟ ବାରି ହେଉଛି। ସଂସ୍କାର ଆଣିବା ପାଇଁ ବିଶ୍ୱବ୍ୟାଙ୍କଠାରୁ ସହାୟତା ଆଣି ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା।

୨୦୦୦ ମସିହାରେ ଏହାକୁ ବନ୍ଦ କରିଦିଆଗଲା। ଅପରାଗତା ପାଇଁ ୩୫ ପ୍ରତିଶତ କ୍ଷତି ହୋଇଛି। ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡ଼ିକୁ ଲାଭ ହେବା ପାଇଁ ବିଦ୍ୟୁତ ଦର ବଢ଼ାଇ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି। ଯେଉଁଥିପାଇଁ ୨୦ ପଇସା ବିଦ୍ୟୁତ ଦର ବଢ଼ାଇ ଦିଆଯାଇଛି ବୋଲି କଂଗ୍ରେସ କହିଛି।