ରାଜ୍ୟର କୋଭିଡ ରିପୋର୍ଟ: ଆଜି ୧୯୮୨ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛିଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ମାତ୍ରା କମିଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ କରୋନା ସଂକ୍ରମଣ ମିଟର ୨ ହଜାର ତଳକୁ ଖସିଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ କରୋନାରେ ୧୭ ଜଣଙ୍କ ପ୍ରାଣହାନି ହୋଇଛି।

ସୂଚନା ଅନୁସାରେ ଅଜି ଚିହ୍ନଟ ହୋଇଥିବା ୧୯୮୨ ଆକ୍ରାନ୍ତଙ୍କ ମଧ୍ୟରେ ୧୧୫୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୮୨୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଏହି ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୪୫, ଅନୁଗୁଳରୁ ୧୧୯, ମୟୂରଭଞ୍ଜରୁ ୧୦୭, ସୁନ୍ଦରଗଡ଼ରୁ ୯୮, ବଲାଙ୍ଗିରରୁ ୮୮, ଯାଜପୁରରୁ ୮୬, ବାଲେଶ୍ୱରରୁ ୮୬, ପୁରୀରୁ ୭୨, କେନ୍ଦ୍ରାପଡ଼ାରୁ ୬୫, ଭଦ୍ରକରୁ ୬୩, କେନ୍ଦୁଝରରୁ ୫୯, ଜଗତସିଂହପୁରରୁ ୫୫, ଢ଼େଙ୍କାନାଳରୁ ୫୫, ନବରଙ୍ଗପୁରରୁ ୫୨, ଝାରସୁଗୁଡ଼ାରୁ ୫୦, ବରଗଡ଼ରୁ ୪୬, ସୋନପୁରରୁ ୪୫, କଳାହାଣ୍ଡିରୁ ୪୩, କୋରାପୁଟରୁ ୪୨, ମାଲକାନଗିରିରୁ ୪୧, ସମ୍ବଲପୁରରୁ ୩୮, ନୂଆପଡ଼ାରୁ ୩୭, ନୟାଗଡ଼ରୁ ୩୩, ଗଞ୍ଜାମରୁ ୨୪, କନ୍ଧମାଳରୁ ୨୩, ଦେବଗଡ଼ରୁୂ ୧୪, ବୌଦ୍ଧରୁ ୧୧, ରାୟଗଡ଼ା ଓ ଗଜପତିରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୬୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଆଜି ରାଜ୍ୟରେ ୧୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ କଟକ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡ଼ା ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଏବଂ ବରଗଡ଼, ବୌଦ୍ଧ, ଜଗତସିଂହପୁର, ମୟୂରଭଞ୍ଜ ଓ ନୂଆପଡ଼ାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୨,୭୦,୩୪୬ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧,୧୫୨କୁ ବୃଦ୍ଧି ପାଇଛି। ସେହିପରି ୨,୪୬,୮୩୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୨୨,୩୦୪ ଜଣ ସକ୍ରିୟ ଅଛନ୍ତି।