କ୍ରିକେଟ ଛାଡ଼ି ଟେନିସ୍ ମ୍ୟାଚ ଦେଖୁଛନ୍ତି ଧୋନୀ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜିକାଲି କ୍ରିକେଟ ଦୁନିଆରୁ ଦୂରରେ ଅଛନ୍ତି । ଆଉ ଧୋନୀ ଏବେ କ୍ରିକେଟ ଛାଡ଼ି ଟେନିସର ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି । ଧୋନୀ ଆର୍ଥର ଐଶ ଷ୍ଟାଡିୟମରେ ୟୁଏସ ଅପନ ୨୦୨୨ର ଏକ ମ୍ୟାଚ ଦେଖୁଥିବା ନେଇ ସୂଚନା ମିଳିଛି । ଏହି ମୁକାବିଲା ସ୍ପେନିଶ ଖେଳାଳି କାର୍ଲୋସ ଅଲକରାଜ ଏବଂ ଇଟାଲୀର ଜାନିକ ସିନରଙ୍କ ମଧ୍ୟରେ ହୋଇଥିଲା । ୟୁଏସ ଅପନ ଆଇପିଏଲ ତରଫରୁ ଧୋନୀଙ୍କ ଏକ ଫଟୋ ଟ୍ୱିଟ୍ କରିଛି ।

ମହେନ୍ଦ୍ର ସିଂହ ଧୋନୀଙ୍କ ଟେନିସ ଦେଖିବା ବଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଧୋନୀ ନୀଳ ରଙ୍ଗର ଟିସର୍ଟ ପିନ୍ଧି ଖେଳାଳିଙ୍କ ପାଇଁ ତାଳି ବଜାଉଥିବା ଦେଖିବାକୁ ମିଳିଛି ।