ମିସେସ ଇଣ୍ଡିଆ ବିୟୁଟି କୁଇନ ହେଲେ ରାୟଗଡ଼ା ଝିଅ ସନ୍ଧ୍ୟା

ରାୟଗଡ଼ା, ଏନ୍ଏନ୍ଏସ୍ : ରାୟଗଡ଼ା ଜିଲ୍ଲା କଲ୍ୟାଣସଂହପୁର ବ୍ଲକ ବିଜୟନଗର ଗାଁର ସନ୍ଧ୍ୟା ଦଳେଇ ମିସେସ ଇଣ୍ଡିଆ ବିୟୁଟି କୁଇନ ହୋଇ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି।  ପ୍ରଥମେ ଓଡ଼ିଶା ବ୍ୟୁଟି କୁଇନର କୃତିତ୍ୱ ହାସଲ ପରେ ଚଳିତ ନଭେମ୍ବର ୧ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ମିସେସ ଇଣ୍ଡିଆ ୱାନଇନଏ ମିଲିୟନ ପ୍ରତିଯୋଗିତାରେ ବିଜୟ ହୋଇଛନ୍ତି। ଉକ୍ତ ପ୍ରତିଯୋଗିତାରେ ସାରା ଦେଶରୁ ୬୦ ଜଣ ପ୍ରତିଯୋଗୀ ଭାଗନେଇଥିଲେ। ଜାତୀୟସ୍ତରରେ ସଫଳତା ପରେ ଏବେ ଆଫ୍ରିକାର ଡ଼ର୍ବାନ ସହରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟସ୍ତରରେ ସୁନ୍ଦରୀ ପ୍ରତିଯୋଗିତା ପାଇଁ ଭାରତରୁ ୫ ଜଣ ମନୋନୀତ ହୋଇଛନ୍ତି। ସେଥିମଧ୍ୟରୁ ସନ୍ଧ୍ୟା ଦଳେଇ ରହିଛନ୍ତି।