ମୁମ୍ବାଇ: ମହାରାଷ୍ଟ୍ର ସରକାର ସିନେମା ହଲ ଓ ଯୋଗ ସଂସ୍ଥା ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ସୂଚନାନୁସାରେ, କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସୁଇମିଂ ପୁଲ, ଯୋଗ ସଂସ୍ଥା, ସିନେମା ହଲ୍, ନାଟକ ଘର, ମଲ୍ଟୀପ୍ଲେକ୍ସ କାଲିଠୁ ଖୋଲିବ। ଏଥିସହିତ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଲକ୍ଷ ୯୨ ହଜାର ୬୯୩ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୪୪ ହଜାର ୨୪୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫ଲକ୍ଷ ୩୧ ହଜାର ୨୭୭ ସୁସ୍ଥ ହୋଇଛନ୍ତି ଓ ୧ଲକ୍ଷ ୧୬ ହଜାର ୫୪୩ ଜଣ ଚିକିତ୍ସିତ ହେଉଛନ୍ତି।