ସରିଲା ଦଇତାପତି ନିଯୋଗ ନିର୍ବାଚନ, କାର୍ଯ୍ଯକାରୀ କମିଟିକୁ ନିର୍ବାଚିତ ହେଲେ ୧୫ ସଭ୍ୟ

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିରରେ ଦଇତାପତି ନିଯୋଗ ନିର୍ବାଚନ ଶେଷ ହୋଇଛି। ଏଥିରେ ୨୮ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ୧୫ ଜଣ ସଭ୍ୟ କାର୍ଯ୍ଯକାରୀ କମିଟିକୁ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଗନ୍ନାଥ ଦାସ ମହାପାତ୍ରଙ୍କୁ ସର୍ବାଧିକ ୯୭ ଖଣ୍ଡ ଭୋଟ ମିଳିଥିବା ବେଳେ ଦୁର୍ଗା ପ୍ରସାଦ ଦାସ ମହାପାତ୍ରଙ୍କୁ ମିଳିଛି ୮୨ ଖଣ୍ଡ ଭୋଟ।

ସେହିପରି ବିଜୟାନନ୍ଦ ଦାସ ମହାପାତ୍ର ୭୯ ଖଣ୍ଡ, ନୂତନ ଦାସ ମହାପାତ୍ର ଓ ରାମକୃଷ୍ଣ ଦାସମହାପାତ୍ର ଉଭୟ ୭୮ ଖଣ୍ଡ ଲେଖାଏଁ ଭୋଟ ପାଇଛନ୍ତି। କୀର୍ତ୍ତି ପ୍ରକାଶ ଦାସମହାପାତ୍ର ୭୨ ଖଣ୍ଡ, କାର୍ତ୍ତିକ ଦାସମହାପାତ୍ର ୭୧ ଖଣ୍ଡ, ରାମଚନ୍ଦ୍ର ଦାସମହାପାତ୍ର ୭୦ଖଣ୍ଡ, ଜଗବନ୍ଧୁ ଦାସମହାପାତ୍ର ୬୬ଖଣ୍ଡ ଭୋଟ ପାଇଛନ୍ତି।

ସେହିଭଳି ଗଣପତି ଦାସମହାପାତ୍ର ୬୬ଖଣ୍ଡ, ଶ୍ରୀବାନୀ ଦାସମହାପାତ୍ର ଓ ଗଣେଷ ଦାସମହାପାତ୍ର ଉଭୟ ୬୫ଖଣ୍ଡ ଲେଖାଏଁ ଭୋଟ ପାଇଛନ୍ତି। ଶ୍ୟାମାପ୍ରସାଦ ଦାସମହାପାତ୍ର ୬୩ଖଣ୍ଡ, ଗୁଣଧର ଦାସମହାପାତ୍ର ଓ ଜଗଦିଶ ଦାସମହାପାତ୍ର ୬୨ଖଣ୍ଡ ଲେଖାଏଁ ଭୋଟ ପାଇ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ଆସନ୍ତା ୧୪ ତାରିଖରେ ନିଯୋଗର ସଭାପତି, ଉପସଭାପତି, ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଦଇତାପତି ନିଯୋଗ କାର୍ଯ୍ଯକାରୀ କମିଟିର କାର୍ଯ୍ୟକାଳ ତିନିବର୍ଷ ହୋଇଥିବାରୁ ଏହି ନିର୍ବାଚିତ କମିଟି ତିନିବର୍ଷ ପାଇଁ ନିଯୋଗର ପ୍ରତିନିଧିତ୍ଵ କରି କାର୍ଯ୍ୟ କରିଥାଏ।