ଆରବ ସାଗରରୁ ଜବତ ହେଲା ୨ ହଜାର କୋଟିର ଡ୍ରଗ୍ସ

ଅହମ୍ମଦାବାଦ,ଏଜେନ୍ସି: ବଡ ଧରଣର ଡ୍ରଗ୍ସ ସ୍ମଗଲିଂର ପର୍ଦ୍ଦାଫାସ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ଗୁଜୁରାଟ ଉପକୂଳ ଆରବ ମହାସାଗର ଦେଇ ଭାରତକୁ ଯୋଗାଣ ବେଳେ ଏନସିବି ଓ ନୌସେନାର ମିଳିତ ଅପରେସନରେ ମିଳିଲା ସଫଳତା।

ଜବତ ଡ୍ରଗ୍ସ ୮ କ୍ବୁଇଣ୍ଟାଲ ହୋଇଥିବା ବେଳେ ଏହାର ମୁଲ୍ୟ ୨ ହଜାର କୋଟି ହୋଇଥିବା ଏନସିବି ସୂଚନା ଦେଇଛି। ତେବେ ଏହି ବଡ ଧରଣର ଡ୍ରଗ୍ସ ବିରୋଧୀ ଅପରେସନକୁ ଏନସିବି ଗୋପନୀୟତାର ସହ କରିଛି। ଏହାକୁ ନେଇ ଏନସିବି ଅଧିକ ତଦନ୍ତ ଜାରି ରଖିଛି।