ଜୟପୁର,ଏନ୍ଏନ୍ଏସ୍: ଜୟପୁର ଜୟନଗରସ୍ଥିତ ଚିତ୍ତ ବିନୋଦନ କେନ୍ଦ୍ରରେ ଷ୍ଟେଜ ଉଦଘାଟନ ହୋଇଛି । ଜୟପୁର ପୌରପାଳିକା ଦ୍ୱାରା ନିର୍ମିତ ହୋଇଥିବା ଏହି ଷ୍ଟେଜକୁ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ସାଂସଦ ପାଣ୍ଠିରୁ ୫ଲକ୍ଷ ଟଙ୍କା ବିନିମୟରେ ଏହି ଷ୍ଟେଜ ନିର୍ମାଣ ହୋଇଛି । ଏହି କାଯ୍ୟକ୍ରମରେ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌର ଉପାଧ୍ୟକ୍ଷ ବି ସୁନିତା, କାଉନସିଲର ଅଜିତ କୁମାର ବେହେରା ଓ ସ୍ୱେଛାସେବୀ ଅନୁଷ୍ଠାନ ସମ୍ପାଦକ ପ୍ରତାପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟେଜରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।