Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା: ବସ-କାର ଧକ୍କାରେ ୧୦ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା: ବସ-କାର ଧକ୍କାରେ ୧୦ ମୃତ

ଗାନ୍ଧୀନଗର,ଏଜେନ୍ସି: ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନଭସରୀରେ ବସ-କାର ମୁହାଁମୁହିଁ ଧକ୍କା ଫଳରେ ୧୦ ଜଣ ମୃତ୍ୟୁ ହୋଇଥିବା ବେଳେ ୩୨ ରୁ ଅଧିକ ଆହତ ହୋଇଛନ୍ତି । ନଭସରିର ୪୮ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ଅହମ୍ମଦାବାଦରୁ ବଲସାଡ ଅଭିମୁଖେ ଯାଉଥିଲା । ବସଟି ଯାଉଥିବା ବେଳେ ଡ୍ରାଇଭରଙ୍କୁ ହଠାତ ହାର୍ଟଆଟାକ ଆସିଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ନାଭସାରୀ ଜିଲ୍ଲାର ଭେସମା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଫର୍ଚୁନର କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସମୟରେ କାରରେ ୧୦ ଜଣ ଲୋକ ରହିଥିବା ବେଳେ ୯ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃ୍ତ୍ୟୁ ହୋଇଥିଲା । ହୃଦଘାତରେ ବସ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବସରେ ରହିଥିବା ଯାତ୍ରୀମାନଙ୍କର ଚିତ୍କାର କରି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହ ଯାତ୍ରାମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ବସରେ ରହିଥିବା ଯାତ୍ରୀମାନେ ବଲସାଡ କୋଲାକ ଗ୍ରାମର ବାସିନ୍ଦା ହୋଇଥିବା ସୂଚନା । ତେବେ ଦୁର୍ଘଟଣାରେ ବସରେ ରହିଥିବା ୧୧ଜଣ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ନାଭସରୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ରାମବାସୀମାନେ ବସରେ ଅହମ୍ମଦାବାଦ ଯାଇଥିବା ସୂଚନା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କାରରେ ରହିଥିବା ଯାତ୍ରୀମାନେ ଭରୁଚର ବାସିନ୍ଦା ଅଟନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ହେବାରୁ ସୁରଟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।